ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଥିବା ବେଳେ ଇଣ୍ଟର୍‌ନେଟ୍‌ ସର୍ଚରେ ଜୋ’ ବାଇଡେନ୍‌ଙ୍କ ଠାରୁ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଆଗୁଆ

Advertisment
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଥିବା ବେଳେ ଇଣ୍ଟର୍‌ନେଟ୍‌ ସର୍ଚରେ ଜୋ’ ବାଇଡେନ୍‌ଙ୍କ ଠାରୁ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଆଗୁଆ

Image Courtesy of Hindustan Times

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅଳ୍ପ ଦିନ ଆଗରୁ ‘ଓପିନିୟନ୍‌ ପୋଲ୍‌’ରେ ଜୋ’ ବାଇଡେନ୍‌, ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଠାରୁ ଆଗରେ ଥିଲେ ବି ଇଣ୍ଟର୍‌ନେଟ୍‌ ସର୍ଚରେ ପଛେଇ ଯାଇଛନ୍ତି। ‘ଗୁଗଲ୍‌’ର ସର୍ଚ ଡାଟା ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପ୍ରତି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ଆଗ୍ରହ ବୃଦ୍ଧି ପାଉଛି।

ଯୁକ୍ତରାଷ୍ଟ୍ର ଆମେରିକର ରାଷ୍ଟ୍ରପତି ନିର୍ବାଚନର ମାତ୍ର ଗୋଟିଏ ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏହି ବ୍ୟବଧାନ ବୃଦ୍ଧି ପାଇଛି। ହାରାହାରି ୪୫% ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଟ୍ରମ୍ପ୍‌ଙ୍କୁ ସର୍ଚ କରୁଥିବା ବେଳେ ମାତ୍ର ୨୩% ବ୍ୟବହାରକାରୀ ବାଇଡେନ୍‌ଙ୍କୁ ସର୍ଚ କରୁଛନ୍ତି।

publive-image Image Courtesy of Hindustan Times

‘ଗୁଗଲ୍‌’ରେ ଟ୍ରମ୍ପ୍‌ଙ୍କୁ ସର୍ଚ କରିବାରେ ନେବ୍ରାସ୍କା, ଭର୍ମଣ୍ଟ୍‌, ଏରିଜୋନା, ୱାସିଂଟନ୍ ଏବଂ ଓରେଗନ୍‌ ରାଜ୍ୟ ଆଗୁଆ ଅଛନ୍ତି। ସେହିଭଳି ଡେଲାୱେର୍‌, ଟେକ୍ସାସ୍‌, ଡିଷ୍ଟ୍ରିକ୍ଟ୍‌ ଅଫ୍ କଲମ୍ବିଆ, ଓହିଓ ଏବଂ ଆର୍କାନ୍‌ସାସ୍‌ ଅଞ୍ଚଳରେ ମଧ୍ୟ ଟ୍ରମ୍ପ୍‌ଙ୍କୁ ଅଧିକ ସର୍ଚ କରାଯାଉଛି।

ଟ୍ରମ୍ପ୍‌ଙ୍କ ପ୍ରତି ଆଗ୍ରହ ବଢ଼ିବାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଲିଲ୍‌ ୱେନି ଏବଂ ଅନ୍ୟ ରାପର୍‌ମାନଙ୍କ ସହ ତାଙ୍କର ବୈଠକ। ଯୁକ୍ତରାଷ୍ଟ୍ର ଆ‌ମେରିକାରେ ନିକଟ ଅତୀତରେ ଘଟିଥିବା କେତେକ ବର୍ଣ୍ଣବୈଷମ୍ୟ ଆକ୍ରମଣ ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସେମାନଙ୍କ ସହ ସାକ୍ଷାତ୍ କରିଥିଲେ। ଏଥର ରାଷ୍ଟ୍ରପତି ନିର୍ବାଚନରେ ‘ବର୍ଣ୍ଣବୈଷମ୍ୟବାଦ’ ଅନ୍ୟତମ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ରାପର୍‌ମାନେ ଟ୍ରମ୍ପ୍‌ଙ୍କ ବର୍ଣ୍ଣବୈଷମ୍ୟ ନୀତିକୁ ସମର୍ଥନ କରୁଛନ୍ତି। ସେହି କାରଣରୁ ଟ୍ରମ୍ପ୍‌ଙ୍କ ପ୍ରତି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ଆଗ୍ରହ ବଢ଼ିଥିବା କୁହାଯାଉଛି। ଏହାଛଡ଼ା, ଟ୍ରମ୍ପ୍‌ଙ୍କ ବଟ୍‌ଲର୍‌, ପେନ୍‌ସିଲଭାନିଆ ରାଲିରେ ୬୦ ହଜାର ଜନତାଙ୍କ ଉପସ୍ଥିତି ମଧ୍ୟ ତାଙ୍କ ପ୍ରତି ଆଗ୍ରହ ବଢ଼ାଇବାର ଅନ୍ୟ ଏକ କାରଣ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe